ସଞ୍ଜୟ ଦାସ ବର୍ମାଙ୍କ ୩ ଦିନିଆ ନବରଙ୍ଗପୁର ଗସ୍ତ ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ନବରଙ୍ଗପୁର, ଏନ୍ଏନ୍ଏସ୍: ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗର୍ଗ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉପଜିଲ୍ଲାପାଳ ଭାସ୍କର ରଇତ, ଡିଆର୍ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଜିଲ୍ଲା ପରିଷଦ ଓ ସଭାପତି ଭଗବତୀ ବତ୍ରା, ରାଇଘର ବ୍ଲକ ଗସ୍ତ କରିଥିଲେ। ଏଥିରେ କୋଭିଡ – ୧୯,କୃଷି, ମନରେଗା ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଥିଲେ।

ଅପରାହ୍ଣ ୩ଟାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉମରକୋଟ ବ୍ଲକ ଗସ୍ତ କରିଥିଲେ,ଏଥିରେ କୋଭିଡ-୧୯କୁ ଗୁରୁତ୍ୱ ଦେବା ସହିତ, କୃଷି, ମହିଳା ସଶକ୍ତୀକରଣ ଓ ସାଧାରଣ ଲୋକଙ୍କୁ ନୂତନ ଏସ୍ଏଫ୍ଏସ୍ କାର୍ଡ, ଭତ୍ତା ମଧ୍ୟ ପ୍ରଦାନ କରିଥିଲେ। ସେହିଭଳି ସନ୍ଧ୍ୟା ସାଢ଼େ ୫ଟାରେ ଡାବୁଗାଁ ବ୍ଲକ ଗସ୍ତର ଅନ୍ୟାନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଓ ଏହି ସମୀକ୍ଷା ବୈଠକରେ ସାଂସଦ, ବିଧାୟକ, ଉପଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧକ୍ଷା, ଉପାଧ୍ୟକ୍ଷ, ବିଡିଓ ଓ ସମସ୍ତ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।