ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ର ଯାଏ ରାଉରକେଲା ମହାନଗର ସମେତ ୪ ଜିଲ୍ଲା-ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ଲକଡାଉନ ପାଳନ କରାଯିବ।
ବନ୍ଦ ରହିବ…
୧- ସାଧାରଣ ଲୋକଙ୍କ ଯା’ଆସ ଉପରେ ସଂପୂର୍ଣ୍ଣ ଭାବେ ରୋକ ଲାଗିବ
୨-ଲକଡାଉନ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
୩-ଜରୁରୀ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧିକୁ ଅନୁମତି
୪- କିଛି ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ବନ୍ଦ
୫-ଲକଡାଉନ ଲାଗୁ ହୋଇଥିବା ୪ ଜିଲ୍ଲାରେ ପ୍ରବେଶ ଉପରେ କଟକଣା
୬-ଲକଡାଉନ ବେଳେ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ କେହି ପ୍ରବେଶ କରିପାରିବେନି
ଚାଲୁ ରହିବ…
୧-ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ଅଫିସ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଚାଲୁ ରହିବ
୨- ଇ-କମର୍ସ, ହୋମ୍ ଡେଲିଭରୀ, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଲକଡାଉନରୁ ବାଦ୍ ଦିଆଯାଇଛି
୩-ଆଇଟି, ଅର୍ଥନୀତିକ ଗତିବିଧି ଓ ଶିଳ୍ପାଂଚଳରେ ଆବଶ୍ୟକ ଗତିବିଧି ଚାଲୁ ରହିବ।
୪-ସକାଳ ୬ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲିବ
୫-ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ
୬-ଶିଳ୍ପ ପ୍ରତିଷ୍ଠାନ, କାରଖାନା, ନିର୍ମାଣ ଗତିବିଧିକୁ ଅନୁମତି
୭-ସର୍ବନିମ୍ନ କର୍ମଚାରୀରେ ଆଇଟି ଅଫିସ ଓ ହୋଟେଲ, ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା ଖୋଲା ରହିବ
୮- ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ କଟକଣା ମୁକ୍ତ
୯-ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ ହୋଇପାରିବ
୧୦-କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ଆଦି କାର୍ଯ୍ୟ ପାଇଁ ଅନୁମତି ମିଳିବ
୧୧-ବିମାନବନ୍ଦର, ରେଳଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବାଆଣିବା ପାଇଁ ଘରୋଇ ଗାଡ଼ି ଓ ଟ୍ୟାକ୍ସକୁ ଅନୁମତି
୧୨-ରାଜପଥରେ ମାଲବାହୀ ଗାଡ଼ି ଯାତାୟତ କରିପାରିବେ
୧୩-ଓଲା ଓ ଉବେର ଭଳି ଗାଡ଼ି ମଧ୍ୟ ଚଳପ୍ରଚଳ କରିପାରିବେ