କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ସିମିଳିଗୁଡ଼ା ବ୍ଲକ୍ ଦାମନଯୋଡ଼ି ନିକଟସ୍ଥ ଭେଜାପୁଟ ଗ୍ରାମର ଓ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶର୍ରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଭେଜାପୁଟ ଅଞ୍ଚଳ ପୂର୍ବରୁ ୧୭ଯାଏ କଣ୍ଟେନମେଣ୍ଟ ଜୋନ ଥିବାରୁ ତାହା ବଳବତ୍ତର ରହିବ। ଏଥିସହିତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ଯଦି ତାଙ୍କ ସଂସ୍ପର୍ଶରେ ଆସିଥିବା କେହି ବି କରୋନାରେ ସଂକ୍ରମିତ ହୁଅନ୍ତି ତା’ହେଲେ କଣ୍ଟେନମେଣ୍ଟ ଜୋନର ଅବଧି ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।