ଝାରସୁଗୁଡ଼ାର ୪ଟି ସ୍ଥାନରୁ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୪ଟି ସ୍ଥାନରୁ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହୃତ କରାଯାଇଛି। ବେଲପାହାଡ଼ ରେଲୱେ କଲୋନୀ, ବନ୍ଧବାହାଲ ଏମସିଏଲ କଲୋନୀ, ବେଲପାହାଡ଼ ପୌରପରିଷଦ ୱାର୍ଡ ନମ୍ବର-୨ର ଠୁଙ୍ଗିଡ଼େରା ଓ ତେଲେନପାଲି ଗ୍ରାମରୁ କଣ୍ଟେନମେଣ୍ଟ ଜୋନ ଏବଂ ଏହାର ଆଖପାଖ ଅଞ୍ଚଳରୁ ବଫର ଜୋନ ପ୍ରତ୍ୟାହୃତ ହୋଇଛି। ଉକ୍ତ ଅଞ୍ଚଳମାନଙ୍କରେ ସମସ୍ତ ଗତିବିଧି ଆରମ୍ଭ ହେବାସହ ସାଧାରଣ ଜୀବନଯାପାନ ପାଇଁ ଅନୁମତି ପ୍ରଦାନ କରାଯାଇଛି।
ଅନ୍ୟପଟେ ବନହରପାଲି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଏବଂ ବନହରପାଲି ଛକ-ବରୁନ କୁମୁରା ଘର-ଭବାନୀ ଦାସ ଘର-ପୁରୁଣା ଡବ୍ଲୁ ୧ କଲୋନୀକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଅନୁମତିପ୍ରାପ୍ତ ଲୋକେ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ଯୋଗାଣ ପାଇଁ ଯାତାୟାତ କରିପାରିବେ।