ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦେଶରେ ପୁଣି ସର୍ବାଧିକ ୨୯ ହଜାର ୪୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୯ ଲକ୍ଷ ୩୬ ହଜାର ୧୮୧ରେ ପହଞ୍ଚିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୫୮୨ ଜଣଙ୍କ ମୃତ୍ୟୁ ହୋଇଥିଛି। ଏଥିସହିତ ମୋଟ ମୃତ୍ୟୁ ସଂଖ୍ୟା ୨୪ ହଜାର ୩୦୯ରେ ପହଞ୍ଚିଛି।
ତେବେ ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୫ ଲକ୍ଷ ୯୨ ହଜାର ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩ ଲକ୍ଷ ୧୯ ହଜାର ୮୪୦ ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଆଇସିଏମଆରର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୨୪ ଲକ୍ଷ ୧୨ ହଜାର ୬୬୪ଟି କରୋନା ଟେଷ୍ଟ କରାଯାଇଛି।