ଜୟପୁର,ଏଜେନ୍ସି: ରାଜସ୍ଥାନରେ ହାଇ ଭୋଲଟେଜ ଡ୍ରାମା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଆଉ ଏକ ଝଟକା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସହଯୋଗୀ ଧର୍ମେନ୍ଦ୍ର ରାଠୋର ଓ ରାଜୀବ ଆରୋରାଙ୍କ ଘରେ ଚଢ଼ଉ କରିଛି ଆୟକର ବିଭାଗ।
ଆୟକର ବିଭାଗ ଏକା ସାଙ୍ଗରେ ସେମାନଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛି। ବିଶେଷ କରି ଏହି ଚଢ଼ଉର ସୂଚନା ସ୍ଥାନୀୟ ପୁଲିସକୁ ଦିଆଯାଇ ନାହିଁ। ଆୟକର ବିଭାଗର ଟିମ୍ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସକୁ ସାଥିରେ ନେଇ ଏହି ଚଢ଼ଉ ଜାରି ରଖିଥିବା ଜଣାପଡିଛି।