ସରିଲା ମାଟ୍ରିକ ଖାତା ମୂଲ୍ୟାୟନ, ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାୟନ ଶେଷ ହୋଇଥିବା ବେଳେ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଏନେଇ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସେହିପରି ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ସମସ୍ୟା ଦେଖାଯାଉଛି। ୨୦ଟି ଜିଲ୍ଲାରେ ସଟଡାଉନ ରହୁଥିବାରୁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସିପାରୁନଥିବା ମନ୍ତ୍ରୀ କହିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖାଯିବ ଯେ କିପରି ମୂଲ୍ୟାୟନ ଠିକ ଭାବରେ ହେବ ସେ ନେଇ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଅବଗତ କରାଇବେ ବୋଲି ମନ୍ତ୍ରୀ କହିଛନ୍ତି।