କୀଟନାଶକ ଖାଇ ଆତ୍ମହତ୍ୟା କଲେ ବୃଦ୍ଧ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୁଳୁଦିପଶି ଗ୍ରାମର ଝାଟିପଡ଼ା ସାହିର ଯୁଧିଷ୍ଠୀର ବାରିକ(୬୨) ରବିବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯୁଧିଷ୍ଠୀର ଶନିବାର ରାତିରେ ଖାଇସାରିବା ପରେ  କୀଟନାଶକ ପିଇ ଦେଇଥିଲେ। ରବିବାର ସକାଳୁ ସେ ନଉଠିବାରୁ ପୁଅମାନେ କବାଟ ଭାଙ୍ଗି ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।   ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।