ଚନ୍ଦାହାଣ୍ଡି/ନବରଙ୍ଗପୁର,ଏନ୍ଏନ୍ଏସ୍: ଆଜି ଜିଲ୍ଲାରେ ୨ଟି ପୃଥକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପରାଜାବାରଙ୍ଗପଦର ଗତିପୁଟ ଗ୍ରାମର ଖଗେଶ୍ୱର ରାଉତଙ୍ଗକ ପୁଅ ଡ଼ମ୍ବରୁଧର ରାଉତ(୨୨) ତେନ୍ତୁଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଡ଼ମ୍ବରୁଧରଙ୍କ ଭାଇ ଛବିଳ ଖାତିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ୬/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ପ୍ରେମ ଜନିତ ଘଟଣା ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ସେହିପରି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧଡ଼ିପାଣି ପଞ୍ଚାୟତର ଦଣ୍ଡାମୁଣ୍ଡା ଗ୍ରାମର ଖଗପତି ମାଝୀଙ୍କ ପୁଅ କାର୍ତ୍ତିକ(୨୦) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବରପାଇ ସ୍ଥାନୀୟ ପୁଲିସ ଏଏସଆଇ ଅମ୍ରିତ ମିଶ୍ର ସେଠାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମୃତ କାର୍ତ୍ତିକଙ୍କର ମାନସିକ ଅବସ୍ଥା ଖରାପ ଥିବାରୁ ସେ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।