ଛାତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲେ ସମ୍ପର୍କୀୟ ଦାଦା

ନବରଙ୍ଗପୁର,ଏନ୍ଏନ୍ଏସ୍: କଲେଜ ଛାତ୍ରୀଙ୍କୁ ହତ୍ୟା କଲେ ସମ୍ପର୍କୀୟ ଦାଦା। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁଡ଼ା ଗ୍ରାମରେ ଘଟିଛିି। ଖବର ପାଇ ତେନ୍ତୁଲିଖୁଣ୍ଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନାଧିକାରୀ ପରମାନନ୍ଦ ସୁନାନୀ ସୂଚନା ଦେଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ଅଞ୍ଚଳଗୁମା ଗ୍ରାମର ସ୍ୱର୍ଗତ ନିଧି ଗଣ୍ଡାଙ୍କ ଝିଅକୁ ସେହି ଗ୍ରାମର ସମ୍ପର୍କୀୟ ଦାଦା ଭୀଷ୍ମ ଗଣ୍ଡା (୨୪) ଏକତରଫା ପ୍ରେମ କରୁଥିଲେ। ଗୁରୁବାର ସଂଧ୍ୟାରେ ଭୀଷ୍ମ ଉକ୍ତ ଝିଅକୁ ସ୍ଥାନୀୟ ଏକ ଉଚ୍ଚ ବିଦ୍ୟାଳୟକୁ ଡାକି କଥାବାର୍ତ୍ତା ହୋଇଥିଲେ। କଥାବାର୍ତ୍ତା ହେବା ସମୟରେ ଭୀଷ୍ମ ଉତ୍ତ୍ୟକ୍ତ ହୋଇ ଝିଅକୁ ତଣ୍ଟି ଚିପି ମାରି ଦେଇଥିବା ମୃତ ଝିଅର ମା’ ସୂର୍ଯ୍ୟ ଗଣ୍ଡା ତେନ୍ତୁଲିଖୁଣ୍ଟି ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରୀ ସୁନାନୀ କହିଛନ୍ତି।