ଠିକାଦାର ପଡ଼ା ହେଲା କଣ୍ଟେନମେଣ୍ଟ ଜୋନ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଠିକାଦର ପଡ଼ାରୁ ଦିନକରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହିତ ଠିକାଦାର ପଡ଼ାର ବାକି ଅଞ୍ଚଳକୁ ବଫର ଜୋନ କରାଯାଇଛି। କଣ୍ଟେନମେଣ୍ଟ ଜୋନର ସମସ୍ତ ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଏଠାକାର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। ସମସ୍ତ ପ୍ରକାର ଯାନବାହାନ ଯାତାୟାତକୁ ମଧ୍ୟ ନିଶିଦ୍ଧ କରାଯାଇଛି ।

ସେହିପରି ଜିଲ୍ଲାର ସମସ୍ତ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହି ସମୟ ମଧ୍ୟରେ କୌଣସି ପ୍ରକାର ଘରୋଇ ଯାନବାହାନ ଚଳାଚଳ କରିପାରିବ ନାହିଁ। କେବଳ ଜରୁରୀ କାମ ଥିଲେ ଘରୁ ବାହାରି ହେବ। ଏଥିସହିତ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।