ଗଜପତି,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡି ଜୁଲାଇ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ସଟଡାଉନ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ଅନୁପମ ଶାହ ଏହି ପଦକ୍ଷେପ ନେଇଛନ୍ତି। ଏହି ସମୟରେ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବ। ୬୦ଟି ମେଡିକାଲ ଟିମ୍ ଦ୍ୱାରା ଘର ଘର ବୁଲି ସ୍କ୍ରନିଂ କରାଯିବ। ଏନେଇ ୬ ସେକ୍ଟର ଅଫିସର ଓ ୪ଟି ପୁଲିସ ଟିମ୍ ନିୟୋଜିତ କରାଯାଇଛି। ଏହି ସମୟରେ ଘରେ ରହି ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଗଜପତି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୫ ହୋଇଥିବାବେଳେ ୪୨୫ଜଣ ସୁସ୍ଥ ହୋଇଛନ୍ତି ଓ ୯୦ଜଣ ଚିକିତ୍ସିତ ହେଉଛନ୍ତି।