କଟକ,ଏନ୍ଏନ୍ଏସ୍: ଉତ୍ତ୍ୟକ୍ତ ସ୍ୱାମୀଙ୍କ ନୃଶଂସ କାଣ୍ଡ। କାର୍ଯ୍ୟରତ ଏଏନଏମ୍ ସ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଛୁରି ଭୁସି ହତ୍ୟା କଲେ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା କଟକ ସଦର ଥାନା ମହୁରି ପ୍ରାଥମିକ ସ୍କୁଲରେ ଘଟିଛି। ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଟିକା ଦେବା ପାଇଁ ସ୍କୁଲକୁ ଯାଇଥିଲେ। ଟିକା ଦେବା ସମୟରେ ସ୍ୱାମୀ ଜଣକ ସ୍କୁଲରେ ପହଞ୍ଚି ସର୍ବସମ୍ମୁଖରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ସ୍ୱାମୀଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ।
ସୂଚନାଯୋଗ୍ୟ, ଅଭିଯୁକ୍ତ ସ୍ୱାମୀ ପୂର୍ବରୁ ମଧ୍ୟ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ଗିରଫ ହୋଇ ଜେଲରେ ଥିଲେ। ଗତ ଦୁଇଦିନ ତଳେ ସ୍ତ୍ରୀ ହିଁ ତାଙ୍କୁ ଜାମିନରେ ଆଣିଥିଲେ।