ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୪୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨ଜଣ ଓ ସ୍ଥାନୀୟ ୨୪ଜଣ ରହିଛନ୍ତି। ଏଥିସହିତ ୧୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଆଇଗିଣିଆ ଓ ରସୁଲଗଡ଼ରୁ ୩ ଲେଖାଏଁ, ଚନ୍ଦ୍ରଶେଖରପୁରର ପ୍ରଗତି ବିହାର, ପାହାଳ, ଗ୍ୟାରେଜ ଛକ, ପୁରୁଣା ଭୁବନେଶ୍ୱର ଓ ବରମୁଣ୍ଡାରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ନୂଆଗାଁ ଲକ୍ଷ୍ମୀନଗର ଅଞ୍ଚଳରୁ ୨, ଡୁମଡୁମାରୁ ୩, ଝାରପଡ଼ା, ଚିନ୍ତାମଣିଶ୍ୱର, ପାତ୍ରପଡ଼ା ଓ ନାକା ଗେଟ ଅଞ୍ଚଳରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।
