ଲମତାପୁଟରରେ ଗଞ୍ଜେଇ ଜବତ, ୭ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଲମତାପୁଟ ବ୍ଲକ୍ ଜଲାପୁଟ ଅଞ୍ଚଳରୁ ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ବେଳେ ମାଛକୁଣ୍ଡ ପୁଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଆଜି ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା , ଲମତାପୁଟ ଫାଣ୍ଡି ଅଧିକାରୀ ମନୁଆ ବିଡିକା ,ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱରୀ କିର୍ସାନୀଙ୍କ ନେତୃତ୍ୱରେ ସଗର ଗ୍ରାମ ଛକରେ ପାଟ୍ରୋଲିଂ ଜାରି ରହିଥିଲା। ସେହି ସମୟରେ ଜଲାପୁଟ ଅଞ୍ଚଳରୁ ଏକ କାରକୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା। କାରରୁ ୧୯୨ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ପୁଲିସ ଗଞ୍ଜେଇ ସହ ଦୁଇଟି ଗାଡିକୁ ଜବତ କରିଥିବାବେଳେ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ବ୍ରହ୍ମପୁର ଅଞ୍ଚଳର ଅରକ୍ଷିତ ରେଡ୍ଡୀ,ଶଙ୍କର ସାହୁ, ସନ୍ୟାସୀ ଖଟୁଆ, କିଶୋର ବେହେରା, ସେମିଲିଗୁଡା ଥାନା ମାଣିଆ ଗ୍ରାମର ଆଶିଷ ଶ୍ରୀହରିଆ, ଗୋପାଳ ଶ୍ରୀହରିଆ ଓ ବଡଜରି ଗ୍ରାମର ଅଜୟ ଜିରା।