ପୁରୀ,ଏନ୍ଏନ୍ଏସ୍: ଆଜିଠୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ଶବ ସତ୍କାର ଉପରେ କଟକଣା ଲଗାଯାଇଛି। କେବଳ ଜିଲ୍ଲା ଭିତର ଲୋକ ହିିଁ ସ୍ୱର୍ଗଦ୍ୱାରରେ ଶବଦାହ କରାଇପାରିବେ। ଏଥିସହ ଜିଲ୍ଲା ବାହାର ଲୋକଙ୍କ ସମୁଦ୍ରରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ରୋକ ଲାଗିଛି। କରୋନା ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ସୂଚନା ଦେଇଛନ୍ତି।
ତେବେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ଥିବାରୁ ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରାଯାଇଛି। ଏହି ନିଷ୍ପତି ଅତ୍ୟନ୍ତ କଠୋର ହୋଇଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସେହିପରି ପରିସ୍ଥିତି ସୁଧୁରିବା ପରେ ଏହି ନିୟମରେ କୋହଳ କରାଯିବ ବୋଲି କୁହାଯାଇଛି।