ବିଷପିଇ ଯୁବକଙ୍କ ମୃତ୍ୟୁ

ରାମନାଗୁଡ଼ା,ଏନ୍ଏନ୍ଏସ୍:ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତର କଣ୍ଡାଜାମ ଗ୍ରାମର ଶଙ୍କର ନିଶି ନାମକ ଜଣେ ବ୍ୟକ୍ତି ବିଷପିଇ ମୃତ୍ୟୁବରଣ କରିଛନ୍ତି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାମନାଗୁଡ଼ା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।