ମୃତ୍ୟୁର ପାଞ୍ଚଦିନ ପରେ ରିପୋର୍ଟ ପଜିଟିଭ

ରାୟଗଡ଼ା, ଏନ୍ଏନ୍ଏସ୍:  ଜଣେ ୭୦ ବର୍ଷୀୟ ବୃଦ୍ଧା ଥଣ୍ଡା, କାଶ, ଜ୍ୱର ଏବଂ ଶ୍ୱାସନେବାରେ କଷ୍ଟ ଅନୁଭବ କରିବାରୁ ଗତ ୩୦ ତାରିଖରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ସମ୍ପୃକ୍ତ ବୃଦ୍ଧାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ପିଡି ଡିଆରଡିଏ ଅମ୍ରିତ ରୁତୁରାଜ ସୂଚନା ଦେଇଛନ୍ତି। ଉକ୍ତ ବୃଦ୍ଧାଙ୍କର କୋଭିଡ ଲକ୍ଷ୍ୟଣ ଥିବାସତ୍ତେ୍ୱ ମୃତ୍ୟୁର ପ୍ରକୃତ କାରଣ ନଜାଣି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏବେ କଣ୍ଟାକ୍ଟଟ୍ରେସିଂ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନର। ସମ୍ପ୍ରତି ଏନେଇ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଥା କୋଭିଡ ନୋଡାଲ ଅଧିକାରୀ ଅମ୍ରିତ ଋତୁରାଜଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ବୃଦ୍ଧ ଜଣକ ଗଞ୍ଜାମ ଜିଲ୍ଲାରୁ ଆସି ଅସୁସ୍ଥ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ।

ଉକ୍ତ ବୃଦ୍ଧଙ୍କ କରୋନା ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରି ସ୍ୱାବ ନମୁନା ସଂଗ୍ରହ କରିବା ସହ ବୃଦ୍ଧକୁ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଡାକ୍ତର ଚିକିତ୍ସା କରିଥିଲେ। ମୃତ୍ୟୁ ବେଳେ କାରଣ ଅସ୍ପଷ୍ଟ ଥିବା ଓ ସ୍ୱାବ ରିପୋର୍ଟ ଆସିନଥିବାରୁ ଶବକୁ ସମ୍ପର୍କୀୟ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ରାୟଗଡା ପୌରାଞ୍ଚଳ ଅଧୀନ ସାଇପ୍ରିୟା ନଗରଠାରେ ତାଙ୍କ ସମ୍ପର୍କୀୟ ଲୋକେ ରହିଥିବାବେଳେ ଆଜି ସମୃକ୍ତ ମୃତ ବୃଦ୍ଧଙ୍କ ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କ ପରିବାରଲୋକଙ୍କୁ ଠାବ କରିବା ପାଇଁ ଏକ ସ୍ୱାସ୍ଥ୍ୟ ଟିମ ସେମାନଙ୍କ ଘରକୁ ପଠାଯାଇଥିଲା। ହେଲେ କିଛିଦିନ ହେଲା ସେ ଏଠାରେ ନରହି ଗଞ୍ଜାମ ଜିଲ୍ଲାକୁ ଫେରିଯାଇଥିବା ପ୍ରକଳ୍ପ ଅଧିକାରୀ ଋତୁରାଜ ସୂଚନା ଦେଇଛନ୍ତି।