ରାମନାଗୁଡ଼ା, ଗୁଣପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର କରୋନା ହଟସ୍ପଟ ଭାବେ ପରିଚିତ ଗୁଣପୁର ବ୍ଲକ ସିରିଝୋଲି ପଞ୍ଚାୟତର ବିଜୟପୁର ଗ୍ରାମରୁ ପୁଣି ୫ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି। ଫଳରେ ବିଜୟପୁର ଗ୍ରାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରୁ ୨୪୬ଜଣଙ୍କ ସ୍ୱାବ ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ ପୂର୍ବରୁ ୨୩୯ଜଣଙ୍କ ରିପୋର୍ଟ ଆସିଥିଲା ଓ ଆଜି ଅନ୍ୟ ୭ଜଣଙ୍କ ରିପୋର୍ଟ ଆସିଛି । ସେଥିମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି। ଏମାନଙ୍କୁ ଗୁଣପୁର ଆଦର୍ଶ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆଖପାଖ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସ୍ୱାବ ସଂଗ୍ରହ କରାଯାଉଛି।