ବାଲେଶ୍ୱରର ଜଣେ ବିଧାୟକ କରୋନା ପଜିଟିଭ

ବାଲେଶ୍ଵର,ଏନ୍ଏନ୍ଏସ୍: ବାଲେଶ୍ଵର ଜିଲ୍ଲାର ଜଣେ ବିଧାୟକଙ୍କୁ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ଦୁଇଦିନ ତଳେ ବିଧାୟକଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ବିଧାୟକଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ପଠାଇବାର ପ୍ରଶାସନ ବ୍ୟବସ୍ଥା କରିଛି। ଏଥିସହିତ ସମସ୍ତ ଗାଇଡ଼ଲାଇନ ଅନୁସାରେ ବିଧାୟକଙ୍କୁ ଚିକିତ୍ସା କରାଯିବ ବୋଲି ସିଡିଏମଓ ଫୋନ ଯୋଗେ କହିଛନ୍ତି। ଜଣେ ଜନପ୍ରତିନିଧି ଭାବେ ବିଧାୟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ ଲୋକଙ୍କ ସମ୍ପର୍କରେ ଆସିଥିବାରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି କୁହାଯାଇଛି।