କଟକରୁ ଆଉ ୩ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ,ଏନ୍ଏନ୍ଏସ୍: କଟକରୁ ଆଜି ୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ପେଡ୍ କ୍ୟାରେଣ୍ଟାଇନ, ଜଣେ ହୋମ୍ କ୍ୱାରେଣ୍ଟାଇନ ଓ ଅନ୍ୟଜଣେ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୧ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ପଶ୍ଚିମବଙ୍ଗରୁ ଫେରିଥିଲେ। ସେହିପରି ଜଣେ ୫୯ ବର୍ଷୀୟ ପୁରୁଷ ଅଛନ୍ତି ଓ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଅନ୍ୟଜଣେ ଏକ ଘରୋଇ ନର୍ସିଂହୋମର ୫୯ ବର୍ଷୀୟ କୋଭିଡ ଯୋଦ୍ଧା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩କୁ ବୃଦ୍ଧି ପାଇଥିବାବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬୯ଜଣ ଚିକିତ୍ସିତ ହେଉଛନ୍ତି।