୬ ଜିଲ୍ଲାର ଶ୍ରମିକଙ୍କୁ ନେଇ ବଲାଙ୍ଗିର ପହଂଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ବଲାଙ୍ଗିର,ଏନ୍ଏନ୍ଏସ୍: ଲକଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ସରକାର ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ଏହି କ୍ରମରେ ଆଜି ୬ ଜିଲ୍ଲାର ଶ୍ରମିକଙ୍କୁ ନେଇ ୪୯ ନମ୍ବର ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ବଲାଙ୍ଗିରରେ ପହଂଚିଛି। ଟ୍ରେନରେ ସମୁଦାୟ ୧,୨୬୩ ଶ୍ରମିକ ଫେରିଥିବାବେଳେ ସେଥିରୁ କେବଳ ବଲାଙ୍ଗିରର ୫୭୧ଜଣ ରହିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ବରଗଡ଼ର ୨୨, କଳାହାଣ୍ଡିର ୧୫୦, ନବରଙ୍ଗପୁରର ଜଣେ, ନୂଆପଡ଼ାର ୫୧୭ ଓ ସମ୍ବଲପୁର ଜିଲ୍ଲାର ୨ଜଣ ଶ୍ରମିକ ରହିଥିଲେ। ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ତାଙ୍କ ବ୍ଲକକୁ ପଠାଇ ଦିଆଯାଇଛି।