ରାଜ୍ୟରେ ପୁଣି ୨୦୩ କରୋନା ଆକ୍ରାନ୍ତ ସୁସ୍ଥ: ସଂଖ୍ୟା ୪,୯୪୬କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୪,୯୪୬କୁ ବୃଦ୍ଧି ପାଇଛି। ଏଥିସହିତ ରାଜ୍ୟରେ ସୁସ୍ଥହାର ୬୯.୬୪ ପ୍ରତିଶତ ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୬୦, ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକରୁ ୧୪, କେଉଁଝରରୁ ୧୩, ନୟାଗଡ଼ରୁ ୧୨, ଜିଲ୍ଲାରୁ ୧୨ଜଣ ରହିଛନ୍ତି। ସେହିପରି ମୟୁରଭଞ୍ଜରୁ ୧୦, ଯାଜପୁରରୁ ୯, ବାଲେଶ୍ୱରରୁ ୮, କେନ୍ଦ୍ରାପଡ଼ାରୁ ୭, ଅନୁଗୁଳରୁ ୪, ଢେଙ୍କାନାଳରୁ ୩, ବଲାଙ୍ଗିର ଓ ଜଗତସିଂହପୁରରୁ ୨ ଲେଖାଏଁ, ଦେଓଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଥିବାବେଳେ ୪,୯୪୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୮୯୦ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।