ପାକିସ୍ତାନର କରାଚିରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନର କରାଚିରେ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀମାନେ ପାକିସ୍ତାନର ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଆକ୍ରମଣ କରିଛନ୍ତି। ୪ ଜଣ ଆତଙ୍କବାଦୀ ବର୍ତ୍ତମାନ ଷ୍ଟକ୍ ଏକ୍ସଚେଞ୍ଜ ପରିସରରେ ଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଆକ୍ରମଣ ସମୟରେ ଷ୍ଟକ୍‍ ଏକ୍ସଚେଞ୍ଜ କିଛି ଅଫିସର ଆହତ ହୋଇଛନ୍ତି। ସେହିପରି ୨ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।