ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜିଲ୍ଲା By Nitidin On Jun 29, 2020 Share ଦେବଗଡ଼,ଏନ୍ଏନ୍ଏସ୍: ପେଟ୍ରୋଲ ଓ ଡିଜେଲର ବାରମ୍ବାର ଦର ବୃଦ୍ଧିକୁ ବିରୋଧ କରି ଆଜି ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁ, ମହିଳା କଂଗ୍ରେସ ସଭାପତି ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ମଞ୍ଜୁଳ ନାୟକ, ସଂଖ୍ୟା ଲଘୁ ସେଲ ସଭାପତି ମୋଇନ ଖାଁ, ସଂଖ୍ୟା ଲଘୁ ସେଲ ଉପ ସଭାପତି ପ୍ରକାଶ କୁମାର ଦେବତା, ବରିଷ୍ଠ ନେତା କ୍ଷିତୀଶ କୁମାର ପ୍ରଧାନ, ନେତ୍ରାନନ୍ଦ ସାମଲ, ବସନ୍ତ କୁମାର ମିଶ୍ର, ସୁବାସ ଚନ୍ଦ୍ର ଭୋଇ ଓ ମିଡ଼ିଆ ସେଲ ସଂଯୋଜକ ପଞ୍ଚୁ ଲାଲ ବରାଇଙ୍କ ସମେତ ବହୁ ମହିଳା ଓ ପୁରୁଷ ଦଳୀୟ କର୍ମୀ ଓ ନେତା ଏକତ୍ରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଧାରଣାରେ ବସି ରହିଥିଲେ। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। Share