ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ଔଷଧ ହସ୍ପିଟାଲରେ ଥିବା ଗୁରୁତର ରୋଗୀଙ୍କୁ ଦିଆଯିବ।
ଅପରପକ୍ଷରେ କରୋନାର ମୁକାବିଲା ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯିବ। ଏଥିସହ କଟକ, ବଡ଼ମ୍ବା, ନରସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ସର୍ଭେ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ପୁରୀରେ ଗତକାଲିଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି।