ଘର ଉପରେ ବଜ୍ରପାତ: ୧ ବଳଦ ମୃତ, ୧ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ମାଧପୁର ଗ୍ରାମରେ ଶନିବାର ଅପରାହ୍ଣରେ ବଜ୍ରପାତରେ ଏକ ବଳଦର ମୃତ୍ୟୁ ଘଟିଛି। ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ନିଜ ଗୁହାଳରେ ବଳଦ ବାନ୍ଧୁଥିବା ବେଳେ ଘର ଉପରକୁ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ବଳଦ ଗୁରୁତର ହୋଇଛି। ସେହିପରି ମହେନ୍ଦ୍ରଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।