କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ନାନ୍ଦୋଲ-କେନ୍ଦୁପାଟି ରାସ୍ତାରେ ଥିବା ଏକ ପୋଲତଳୁ ଆଇଆରବି ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ଆଇଆରବି ୯ମ ବାଟାଲିଅନର ସୁରେଶ ମଙ୍ଗରାଜ। ସେ ଜାରିଙ୍ଗ ସ୍ଥିତ ଆଇଆରବି କ୍ୟାମ୍ପରେ କାର୍ଯ୍ୟରତ ଥିଲେ।
ଗତକାଲି ବିଳମ୍ବିତ ରାତ୍ରିରେ ଜାରିଙ୍ଗ ସ୍ଥିତ କ୍ୟାମ୍ପରୁ ଛୁଟି ନେଇ ନିଜ ଘର ଗୋଳାମୁଣ୍ଡାକୁ ବାଇକ ଯୋଗେ ଫେରୁଥିଲେ। ଆଜି ନାନ୍ଦୋଲ-କେନ୍ଦୁପାଟି ରାସ୍ତାର ପୋଲ ତଳେ ଏକ ବାଇକ ଓ ମୃତ ଦେହ ଦେଖି ଗ୍ରାମବାସୀ ଜୁନାଗଡ଼ ପୁଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଭାରସାମ୍ୟ ହରାଇ ଗାଡ଼ିଟି ପୋଲତଳକୁ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।