କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ହାଲ୍ ଚୁକ୍ତିନାମା ସମ୍ପ୍ରସାରଣ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାର ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ନିମନ୍ତେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଓ ହିନ୍ଦୁସ୍ଥାନ ଏରୋନେଟିକସ ଲିମିଟେଡ(ହାଲ୍) ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଆଉ ୨ବର୍ଷ ପାଇଁ ସମ୍ପ୍ରସାରିତ କରାଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଆଇ.ରାମାବ୍ରହ୍ମମ ଓ ହାଲର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ.ଦେବାଶିଷ ଦେବ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଚୁକ୍ତିନାମା ଦ୍ୱାରା ବିଶ୍ୱବିଦ୍ୟାଳୟ ଓ ହାଲ୍ ଉଭୟ ସଂସ୍ଥା ଉପକୃତ ହୋଇପାରିବେ ବୋଲି ପ୍ରଫେସର ରାମାବ୍ରହ୍ମମ୍ ଆଶାବ୍ୟକ୍ତ କରଛନ୍ତି। ଏଥିସହ କେନ୍ଦ୍ରୀୟ ବଶ୍ୱବିଦ୍ୟାଳୟ ବିଭିନ୍ନ ସାର୍ଟିଫିକେଟ୍ ଓ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରି ହାଲର ଯୁବ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଶିକ୍ଷାଦାନ କରିବାରେ ସହାୟତା କରିବ ବୋଲି ଶ୍ରୀ ରାମାବ୍ରହ୍ମମ୍ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସିତ କୁମାର ଦାସ, ପ୍ରଫେସର ପି.ଦୁର୍ଗା ପ୍ରସାଦ, ପରୀକ୍ଷା ନିୟନ୍ତ୍ରକ ଡ.ଜୟନ୍ତ କୁମାର ନାୟକ, ଲୋକ ସମ୍ପର୍କ ଅଧିକାରୀ ଡ.ଫଗୁନାଥ ଭୋଇ, ଜିଏମ ସୁଖୋଇ ଇଂଜିନ ଡିଭିଜନ ଜେ ଏମ ସାହୁ, ଜିଏମ ଇଂଜିନ ଡିଭିଜନ ଆଶୁତୋଷ ମଲ୍ଲିକ, ଡିଜିଏମ(ଏଚଆର) ତୁଷାର ରଂଜନ ବେହେରା, ଡିଜିଏମ(ଓଏସ) ଜି କେ ଷଡ଼ଙ୍ଗୀ, ଏସଏମ(ଏଚଆର) କଲ୍ୟାଣ ଚକ୍ରବର୍ତ୍ତୀ ଓ ସୂର୍ଯ୍ୟକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।