ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଡାଲଗୁଡ଼ା ଗ୍ରାମରେ ଗତକାଲି ରାତ୍ରିରେ ଏକ ଦମ୍ପତିଙ୍କୁ ଘରେ ଶୋଇଥିବା ବେଳେ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସାଧାରଣରେ କୁହାଯାଉଛି। ମୃତକ ହେଲେ ସ୍ୱାମୀ ସୋମା ମାଡ଼ି(୫୦) ଓ ତାଙ୍କ ସ୍ତ୍ରୀ ଶୁକ୍ରି ମାଡ଼ି(୪୫)।
ମାଲକାନଗିରି ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ ଏକ ମାମଲା ରୁଜୁ କରି ୨ ଜଣକୁ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।