ସାପକାମୁଡ଼ାରେ ନାବାଳିକା ମୃତ

ଫୁଲବାଣୀ,ଏନ୍ଏନ୍ଏସ୍: ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡିଛି। ଫୁଲବାଣୀ ବ୍ଲକ୍ ମିଣିଆ ପଞ୍ଚାୟତ କାଙ୍ଗନାଡ଼ା ଗ୍ରାମର ନାବାଳିକା ଜଣକ ଗୁରୁବାର ରାତିରେ ଶୋଇଥିବାବେଳେ ଏକ ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ୧୦ଟାରେ ତାର ମୃତ୍ୟୁ ହୋଇଛି। ଏନେଇ ସଦର ପୁଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ଥାନାଧିକାରୀ ଆଦିତ୍ୟ ସେଠୀ ସୂଚନା ଦେଇଛନ୍ତି।