ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୨ ଜଣ ସଂକ୍ରମିତ ଭଲ ହୋଇ ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ଜଣକ ଜଣେ କରୋନା ଯୋଦ୍ଧା। ସେ ଜି.ଉଦୟଗିରିର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ। ତାଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରୁ ୧୭୭ ଜଣ ଚିହ୍ନଟ ହୋଇଛନ୍ତି। ଏଥିରେ ୯ ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ସେହିପରି ଆଜି ଜିଲ୍ଲାର ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ୧୨ ଜଣଙ୍କୁ ମିଶାଇ ମୋଟ ୧୫୭ ଜଣ ସୁସ୍ଥ ହୋଇଛନ୍ତି। ବାକି ୨୦ ଜଣ ସଂକ୍ରମିତ ବର୍ତ୍ତମାନ ଚିକିତ୍ସାଧିନ ଥିବା ଜଣାପଡ଼ିଛି।