ବିଷ ପିଇ ମାଆ ଓ ୨ ପୁଅ ମୃତ

ବରଗଡ଼,ଏନ୍ଏନ୍ଏସ୍: ପାରିବାରିକ କଳହରୁ ଆଜି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି। ବିଷ ପିଇ ଦେବାରୁ ମାଆ ଓ ଦୁଇ ପୁଅଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସଦରଥାନା ବରପାଲି ଗ୍ରାମରେ । ସୂଚନା ଅନୁସାରେ, ପାରିବାରିକ କଳହ ଯୋଗୁଁ ସେମାନେ ବିଲରେ ବିଷ ପିଇଦେଇ ଥିଲେ। ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି।