ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍ ଓ ଏନଏସି ଅଞ୍ଚଳକୁ ୨୬ ତାରିଖ ମଧ୍ୟରାତ୍ରୀରୁ ୨୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ଡାଉନ ଘୋଷାଣ କରିଛନ୍ତି ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଛନ୍ତି। ସଟଡାଉନ ସମୟରେ ଡାକ୍ତରଖାନା, ମେଡିସିନ ଦୋକାନ , ଆମ୍ବୁଲାନ୍ସ ସେବା ଆଦି ଚାଲୁ ରହିବ। ପ୍ରକାଶ ଥାଉକି, ଆଜି ସନ୍ଧ୍ୟାରେ ରାସନ ଦୋକାନ ମାନଙ୍କରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।