କଂଗ୍ରେସ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଦାଖର ଗଲୱାନରେ ଚୀନ ସୈନ୍ୟଙ୍କସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ସକାଳେ ଜିଲ୍ଲା କଂଗ୍ରେସ କର୍ମୀମାନେ ଝାରସୁଗୁଡା ବସଷ୍ଟାଣ୍ଡ ନିକଟସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ସମ୍ମୁଖରେ ଏକତ୍ର ହୋଇ ସହିଦଙ୍କ ପାଇଁ  ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ମହେନ୍ଦ୍ର ନାଏକ କହିଛନ୍ତି, ଦେଶ ମାତୃକା ପାଇଁ ଯବାନମାନେ ନିଜ ଜୀବନର ବଳିଦାନ ଦେଉଛନ୍ତି। ତାଙ୍କର ଏହି ବଳିଦାନ ଚିରସ୍ମରଣୀୟ।

ସହିଦମାନେ ଦେଶ ମାତୃକା ପାଇଁ ଜୀବନ ଦେଉଥିବାବେଳେ ଦେଶବାସୀ ମଧ୍ୟ ଶତ୍ରୁ ଦେଶ ସାମଗ୍ରୀ ବ୍ୟବହାର ବର୍ଜନ କରିବାର ଆବଶ୍ୟକତା ରହିଛି। ଚୀନ ସେନାର ଆକ୍ରମଣରେ ଆମ ଦେଶର ଯବାନମାନେ ସହିଦ ହୋଇଥିବାରୁ ଜିଲ୍ଲା କଂଗ୍ରେସର ସଦସ୍ୟମାନେ ଆଜିଠାରୁ ଚାଇନା ସାମଗ୍ରୀ ବ୍ୟବହାର ବନ୍ଦ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ବୋଲି ଶ୍ରୀ ନାଏକ କହିଛନ୍ତି। ଏହି ଅବସରରେ କଂଗ୍ରେସ ଟାଉନ ସଭାପତି ଭରତ ଅବସ୍ଥି, ପ୍ରଭାକର ଓରାମ, ସିଆରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।