ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ପୁଣି ୧୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିର ବ୍ଲକରୁ ୪ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨ ଜଣ, ପାଟଣାଗଡ଼ ବ୍ଲକରୁ ୩ ଜଣ, ଟିଟିଲାଗଡ଼ ବ୍ଲକରୁ ଜଣେ ଓ ଲୋଇସିଂହା ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବଲାଙ୍ଗିର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ସକ୍ରିୟ କେସ ୨୨ ଥିବାବେଳେ ୧୪୩ ସୁସ୍ଥ ହୋଇସାରିଛନ୍ତି।
ବଲାଙ୍ଗିର ବ୍ଲକରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ଜଣ ସିନଖମନ ପଞ୍ଚାୟତର ହୋଇଥିବା ବେଳେ ସେମାନେ ତାମିଲନାଡୁ ଓ ଦିଲ୍ଲୀ ଫେରନ୍ତା। ସେହିପରି ଅନ୍ୟ ୨ଜଣ ବିଜିଲିମୁଣ୍ଡା ପଞ୍ଚାୟତର ହୋଇଥିବା ବେଳେ ଉଭୟେ ଆନ୍ଧ୍ର ପ୍ରଦେଶ ଫେରନ୍ତା।
ବଲାଙ୍ଗିର ପୌରାଞ୍ଚଳର ହାତୀଶାଲପଡ଼ାରୁ ଚିହ୍ନଟ ହୋଇଥିବା ୨ ଜଣ ସ୍ଥାନୀୟ କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସେହିପରି ପାଟଣାଗଡ଼ ବ୍ଲକରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଡୋଣ୍ଡମହୁଲ ପଞ୍ଚାୟତର ଜଣେ ତାମିଲନାଡୁ ଫେରନ୍ତା, ଗଞ୍ଜାଉଡ଼ାର ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଓ ଗେର୍ଡା ପଞ୍ଚାୟତର ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡ଼ିଛି।
ଟିଟିଲାଗଡ଼ ରେଲୱେ କଲୋନୀରୁ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତି କରୋନା ଯୋଦ୍ଧା ଓ ସେ କାର୍ଯ୍ୟରତ ଥିଲେ ବୋଲି ସୂଚନା ଦିଆଯାଇଛି। ଲୋଇସିଂହା ବ୍ଲକର ବାଞ୍ଜିପାଲି ପଞ୍ଚାୟତରୁ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା।