ବଲାଙ୍ଗିରରେ ରଥଯାତ୍ରା ବନ୍ଦ: ମନ୍ଦିର ଅଂଚଳ, ରଥଖଳାମାନଙ୍କରେ ୧୪୪ ଧାରା ଜାରି

ବଲାଙ୍ଗିର,ଏନ୍ଏନ୍ଏସ୍: କରୋନା ଭୟାବହତା ଯୋଗୁ କେବଳ ପୁରୀକୁ ଛାଡ଼ିଦେଲେ ସମଗ୍ର ଓଡ଼ିଶାରେ ରଥଯାତ୍ରାକୁ ବନ୍ଦ କରାଯାଇଛି। ଏହିକ୍ରମରେ ଚଳିତ ବର୍ଷ ବଲାଙ୍ଗିରରେ ରଥଯାତ୍ରା ମନ୍ଦିର ଭିତରେ କରାଯାଉଛି। ସେଥିପାଇଁ ରଥଯାତ୍ରା ହେଉଥିବା ସମସ୍ତ ମନ୍ଦିର ଅଂଚଳ ଓ ରଥଖଳାମାନଙ୍କରେ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ମନ୍ଦିର ଭିତରେ ହିଁ ଶ୍ରୀଜୀଉଙ୍କର ସମସ୍ତ ପ୍ରକାର ନୀତିକାନ୍ତ ଅନୁଷ୍ଠିତ ହୋଇଛି।