ରାଜଧାନୀରୁ ଆଜି ୨ କରୋନା ଆକ୍ରାନ୍ତ, ୫ ସୁସ୍ଥ ରାଜ୍ୟ By Nitidin Last updated Jun 23, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣ ସୁସ୍ଥ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଣ୍ଟାଇନ ଓ ଅନ୍ୟଜଣେ ସ୍ଥାନୀୟ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜୟଦେବ ବିହାରର ଜଣେ ୩୯ ବର୍ଷୀୟ ପୁରୁଷ ରହିଛନ୍ତି ଯାହାଙ୍କ ଟ୍ରାଭେଲ ହିଷ୍ଟ୍ରି ମୁମ୍ବାଇ ରହିଛି। ଅନ୍ୟଜଣେ ସରନପଲ୍ଲୀ ଅଂଚଳର ୩୦ ବର୍ଷୀୟ ପୁରୁଷ ଓ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସେହିପରି ଆଜି ସୁସ୍ଥ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଜଣେ ୩୬ ବର୍ଷୀୟ ରେଳ କର୍ମଚାରୀ ରହିଥିବାବେଳେ ଡୁମଡୁମା ଏଚବି କଲୋନୀର ଜଣେ ୩୭ ବର୍ଷୀୟ ପୁରୁଷ, ସାଲିଆସାହିର ଜଣେ ୨୨ ବର୍ଷୀୟ ପୁରୁଷ, ନୟାପଲ୍ଲୀର ଜଣେ ୩୦ ବର୍ଷୀୟ ପୁରୁଷ ଓ ଭିମପୁରର ଜଣେ ୨୭ ବର୍ଷୀୟ ପୁରୁଷ ଆରୋଗ୍ୟ ଲାଭ କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ହୋଇଥିବାବେଳେ ୯୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୬ ଜଣ ଚିକିତ୍ସାଧୀନ ଅଛନ୍ତି। Share