ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରୀଠାରେ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପଟ୍ଟନାୟକ ସ୍ମୃତି ସଂସଦ କୁଜେନ୍ଦ୍ରୀ ଆନୁକୁଲ୍ୟରେ ଭାରତ ଓ ଚୀନ ସୀମାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏଥିରେ ବରିଷ୍ଠ ନାଗରିକ ଗୋଲକନାଥ ବେହେରା, ପ୍ରଧାନଶିକ୍ଷକ ଆଶୁତୋଷ ଘଡ଼େଇ, ଶିଶୁ ସଦନ ପରିଚାଳକ ବିଚିତ୍ରାନନ୍ଦ ନାୟକ ଓ ପୂର୍ବତନ ସରପଂଚ ରମେଶ ଶବର ପ୍ରମୁଖ ଯୋଗଦେଇ ବୀର ଯବାନଙ୍କ ସ୍ମୃତିଚାରଣ କରିଥିଲେ।