ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଛେଲିଆପଟ ଜଙ୍ଗଲରେ ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗାଁର ଦେବାର ଜୁଏଡ଼(୬୦) ଓ ଗୁରୁତର ଜଣକ ବଳଭଦ୍ର କୁଅଁର (୩୫) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଉଭୟ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇ ବଣୁଆ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବଣୁଆ ହାତୀଟି ଅତର୍କିତ ଭାବେ ଏମାନଙ୍କୁ ଆକ୍ରମଣ କରିଥିଲା। ଦେବାରଙ୍କୁ ସେଠାରେ ଦଳି ଦେଇଥିଲା ଆଉ ବଳଭଦ୍ରଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ସେ କୌଣସି ପ୍ରକାରେ ବଂଚି ଯାଇଥିଲେ। ଜଙ୍ଗଲ ଭିତରେ ଥିବା ଆଉ କିଛି ବ୍ୟକ୍ତି ବଳଭଦ୍ରଙ୍କୁ ଉଦ୍ଧାର କରି ତୁରନ୍ତ ଲୋଇସିଂହା ଡାକ୍ତରଖାନାକୁ ଆଣିଥିଲେ।