ନୂଆଦିଲ୍ଲୀ: ଲଦାଖର ଗଲବାନ ଘାଟିରେ ସୋମବାର ରାତିରେ ଚୀନ ଓ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଭାରତ ଏବେ ଆକ୍ରମଣାତ୍ମକ ରୂପ ଆପଣାଇଛିି। ସୂତ୍ର ଅନୁସାରେ, ଲଦାଖରେ ଉପସ୍ଥିତ ଥିବା ସେନାକୁ ସରକାର ‘ଏମରଜେନ୍ସି ପାୱାର’ ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନାକୁ ସ୍ୱୟଂ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର କହିଛି।
ସେନାର ସୂତ୍ର ଅନୁସାରେ, ଚୀନ ସେନାକୁ ଦୃଢ଼ତାର ସହ ସାମ୍ନା କରିବା ପାଇଁ ଭାରତ ଚେଷ୍ଟା ଜାରି ରଖିଛି। ସରକାର ଏହାକୁ ଦୃଷ୍ଟିରେ ରଖି ସୀମାରେ ସୈନିକ ଓ ହଥିୟାର ରଖିବାକୁ ନେଇ ସବୁ ଅଧିକାର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ସେମାବାର ରାତିରେ ଏଲଏସିରେ ଥିବା ଗଲବାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଆକ୍ରମଣାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ସୈନିକ ସହିଦ ହୋଇଛନ୍ତି। ଭାରତୀୟ ସେନାଙ୍କ କାର୍ୟ୍ୟାନୁଷ୍ଠାନରେ ଚୀନ ସେନାର କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୩୫ ଜଣ ଯବାନ ପ୍ରାଣ ହରାଇଥିବା ନେଇ ପିଟିଆଇ ପକ୍ଷରୁ ସୂଚନା ମିଳିିଛି।