ଚଳିତ ବର୍ଷ ବଲାଙ୍ଗିରରେ ହେବନି ରଥଯାତ୍ରା…

ବଲାଙ୍ଗିର,ଏନ୍ଏନ୍ଏସ୍: ଚଳିତ ବର୍ଷ ବଲାଙ୍ଗିରରେ ରଥଯାତ୍ରା କିମ୍ବା ବାହୁଡା ଯାତ୍ରା ଅନୁଷ୍ଠିତ ହେବ ନାହିଁ। ଏନେଇ ଜିଲ୍ଲା ପ୍ରଶାସନ ଦେବୋତ୍ତର ବିଭାଗ ତରଫରୁ ଜାରି କରାଯାଇଥିବା ଏକ ଘୋଷଣାନାମାରେ କୁହାଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ କଟକଣା ଜାରି ହୋଇଛି।

ତେଣୁ ନିରାଡମ୍ବର ଭାବେ ବିନା ଭକ୍ତଙ୍କ ସମାବେଶରେ ବିଧି ରକ୍ଷା ପୂର୍ବକ ମନ୍ଦିର ପରିସରରେ ସେବାୟତଙ୍କୁ ନେଇ ନିତିକାନ୍ତି, ରଥଯାତ୍ରା ଓ ବାହୁଡା ଯାତ୍ରା ଆୟୋଜନ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।