ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଗୁଟୁଲି ମାଟୁ ନାଳ ନିକଟରୁ ଆଜି ଏକ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାକ୍ରମେ ଆଜି ଭୋରରେ ଦାକାପଦର ଗାଁର କିଛି ମହିଳା ଛତୁ ଖୋଜିବାକୁ ଯାଇଥିବା ବେଳେ ଜଙ୍ଗଲରେ ଏହି ହାତୀଟିର ମୃତ ଦେହ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ।
