ବଲାଙ୍ଗିର ଜିଲ୍ଲାରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଗରୋଧରେ ରହୁଥିବା ବେଳେ ସମସ୍ତେ ପାଟଣାଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାସାଗର ପଞ୍ଚାୟତର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରୁ ୨ ଜଣ ଆନ୍ଧ୍ରପ୍ରଦେଶ ଓ ଜଣେ ତେଲେଙ୍ଗାନା ଫେରନ୍ତା। ସେମାନେ ଫେରିବା ପରେ ସଂଗରୋଧ ଗୃହରେ ରହିଥିଲେ। ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଙ୍ଖ୍ୟା ୧୪୭ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ ସକ୍ରିୟ କେସ ୨୧ ରହିଥିବା ବେଳେ ୧୨୬ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।