ନୀଳଗିରି : ଗୁଣିଗାରେଡ଼ି ସନ୍ଦେହରେ ବାପ-ଝିଅଙ୍କୁ ଅସହ୍ୟ ନିର୍ଯ୍ୟାତନା। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଂଚଳରେ ଏକ ଗଛରେ ବାନ୍ଧି ବାପ-ଝିଅଙ୍କୁ ନିର୍ଧୁମ ମାଡ଼ । ଉଭୟଙ୍କୁ ଗୋବର ପାଣି ପିଆଇବା ସହ ଦେହ ହାତରେ ଗୋବର ବୋଳି ଥିଲେ ବୋଲି ଜଣାପଡ଼ିଛି। ଗାଁ’ ଲୋକଙ୍କ ହାତରୁ ମୁକୁଳିବା ପରେ ଥାନାରେ ଅଭିଯୋଗ କଲେ ଉଭୟ ବାପ-ଝିଅ। ଗାଁ’ରେ ବାରମ୍ବାର ଦେଖାଦେଉଥିବା ସମସ୍ୟା ପାଇଁ ଗୁଣିଆ ଆସିଥିଲେ। ସବୁ ସମସ୍ୟାର ମୂଳ ବାପ-ଝିଅ ବୋଲି ଗୁଣିଆ କହିଥିବା ସୂଚନା ମିଳିଛି। ଗୁଣିଆ ପ୍ରରୋଚନାରେ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।