ଆକ୍ରମଣକାରୀ ସହ ଲଢ଼ି ଜୀବନ ବଞ୍ଚାଇଲେ ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲା By Nitidin On Jun 14, 2020 Share ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ସଦରମହକୁମାରେ ଆକ୍ରମଣକାରୀ ସହ ଲଢ଼ି ନିଜ ଜୀବନ ବଞ୍ଚାଇଛନ୍ତି ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ। ନିଜେ ଆହତ ହୋଇ ଅଭିଯୁକ୍ତକୁ କାବୁ କରି ପରେ ଥାନାକୁ ନେଇଛନ୍ତି। ଦୁର୍ବୃତ୍ତର ଆକ୍ରମଣରେ ମହିଳା ଅଧିକାରୀଙ୍କ ଡାହାଣ ଗୋଡ଼ ଭାଙ୍ଗିବା ସହ ମୁହଁ ଓ ନାକରେ ଗଭିର ଆଘାତ ଲାଗିଛି। ନିଜ ଜୀବନ ପ୍ରତି ବିପଦ ଥିବା ଅନୁମାନ କରି ପୁଲିସକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସମ୍ପୃକ୍ତ ଅଧକରୀ। ରାୟଗଡ଼ା ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାମ କରୁଛନ୍ତି ନିରୁପମା ପଣ୍ଡା। ସେ ରାୟଗଡ଼ ସହର କେନ୍ଦ୍ର ସ୍ତଳରେ ଥିବା ବ୍ଲକ୍ କଲୋନି କ୍ବାର୍ଟର୍ସରେ ରୁହନ୍ତି। ଆଜି ସକାଳୁ ନିରୁପମା ବାସନ ସଫା କରି ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରି ବାଥରୁମରୁ କ୍ବାର୍ଟର୍ସ ଭିତରକୁ ଆସୁଥିବା ସମୟରେ ସମୀର ପାଣିଗ୍ରାହୀ ନାମକ ଜଣେ ଯୁବକ ଘର ପଛ ପାଚେରୀ ଡେଇଁ କ୍ବାର୍ଟର୍ସ ଭିତରକୁ ପଶି ଆସି ହଠାତ୍ ନିରୁପମାଙ୍କୁ ଆକ୍ରମଣ କରିଥିଲେ। ଭୟରେ ନିରୁପମା କ୍ବାର୍ଟର୍ସରୁ ବାହାରକୁ ପଳାଇ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସମୀର କ୍ବାର୍ଟର୍ସ ବାରଣ୍ଡାରେ ନିରୁପମାଙ୍କୁ ନିର୍ଘାତ ମାଡ଼ ମାରିବା ସହ ଚୁଟି ଧରି ଘୋଷାଡ଼ି ଘର ଭିତରକୁ ନେଇ ଯାଇଥିଲା। ଏହି ସମୟରେ ତାଙ୍କର ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିବା ସହ ନିରୁପମାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଆହତ ପରେ ବି ନିରୁପମା ଆକ୍ରମଣକାରୀ କବଳରୁ ବର୍ତ୍ତିବା ପାଇଁ ଲଢେଇ ଜାରି ରାଖି କୌଶଳକ୍ରମେ ସମୀରଙ୍କୁ କାବୁ କରି କ୍ବାର୍ଟର୍ସ ବାହାରକୁ ଠେଲି ଆଣି ଚିତ୍କାର କରିଥିଲେ। ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଆସି ସମୀରକୁ କାବୁ କରିଥିଲେ। ପରେ ଟାଉନ୍ ଥାନା ପୁଲିସ୍ ପହଞ୍ଚି ସମୀରକୁ ଥାନାକୁ ନେଇ ଅଟକ ରାଖିଛି। ପରେ ଆହତ ନିରୁପମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ନିରୁପମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟାଉନ୍ ଥାନା ଏସଆଇ ଜୟସ୍ମିତା ବେହେରା, ଏଏସଆଇ କିଶୋର ଚନ୍ଦ୍ର ବେହେରା ନିରୁପମାଙ୍କ କ୍ବାର୍ଟର୍ସରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ନିରୁପମାଙ୍କ ବୟାନ୍ ସଂଗ୍ରହ କରିଛନ୍ତି। Share