ଗୁରୁବେଡା ଜଙ୍ଗଲରୁ ୨ଟି ହାତୀ ମୃତଦେହ ଠାବ ଜିଲ୍ଲା By Nitidin On Jun 14, 2020 Share ଯୋଡା/କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବୈତରଣୀ(ଖ) ରିଜର୍ଭ ଫରେଷ୍ଟ ଗୁରୁବେଡା ଜଙ୍ଗଲ ମଧ୍ୟରୁ ଦୁଇଟି ହାତୀର ମୃତଦେହ ଯୋଡା ବନବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଖବର ହସ୍ତଗତ ହୋଇଛି। ଗୁରୁବେଡାଠାରେ ଗୋଟିଏ ମାଈ ହାତୀ ଓ ଅନ୍ୟଟି ଦନ୍ତାହାତୀର ମୃତଦେହ ପଡିଥିବା ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ଚମ୍ପୁଆ ରେଞ୍ଜରଙ୍କୁ ଅବଗତ କରାଇବା ପରେ ଘଟଣାସ୍ଥଳରେ ରେଞ୍ଜରଙ୍କ ସମେତ ଯୋଡା ବନପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ମାଈ ହାତୀର ବୟସ ପ୍ରାୟ ୨୦ ବର୍ଷ ହୋଇଥିବା ବେଳେ ଦନ୍ତାହାତୀର ବୟସ ୨୨ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାଈହାତୀର ମୃତଦେହ ପ୍ରାୟ ୮ ଦିନରୁ ଊର୍ଦ୍ଧ୍ୱ ଲାଗୁଥିବା ବେଳେ ଦନ୍ତାହାତୀର ମୃତଦେହ ୩ ଦିନରୁ ଊର୍ଦ୍ଧ୍ୱ ବୋଲି ଅନୁମାନ କରାଯାଉଛି। କେହି ଦୁର୍ବୃତ୍ତ ଦନ୍ତାଟିର ଦାନ୍ତ କାଟି ନେଇଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ହାତୀ ଦ୍ୱୟର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। Share