ପାଣି ଅଭାବରୁ ପୋଖରୀ ଗୁଡିକରେ ହଜାର ହଜାର ମାଛ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ରାଜସ୍ଥାନ ଯୋଧପୁରର ଜିଲ୍ଲା ସୋଏଲା ଗାଁର ଅନେକ ପୋଖରୀରେ ଦୈନନ୍ଦିନ ହଜାର ହଜାର ମାଛ ମରୁଥିବା ଦେହ ଦେଖା ଦେଇଛି। ବର୍ଷା ଅଭାବରୁ ଜଳସ୍ଥର ହ୍ରାସ ପାଉଛି ପାଣି ତାତି ଯିବାରୁ ମାଛ ଗୁଡିକ ମରି ଯାଉଛନ୍ତି।

ସ୍ଥାନୀୟ ତହସିଲଦାରଙ୍କ କହିବା ଅନୁଯାୟୀ, “ବର୍ଷା ହେଉ ନାହିଁ, ତେଣୁ ଜଳ ସ୍ତର ହ୍ରାସ ପାଇବାରୁ ମାଛ ଗୁଡିକ ମରି ଯାଉଛନ୍ତି” ଆମେ ଏବେ ପ୍ରତ୍ୟେକ ପୋଖରୀକୁ ଲୋକଙ୍କ ଠାରୁ ୩୦୦ ଟଙ୍କା ନେଇ କିଛି ଟ୍ୟାଙ୍କର ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରିଛୁ। ପୋଖରୀକୁ ପାଣି ସ୍ଥାନାନ୍ତରିତ କଲେ ଜଳ ସ୍ତର ବୃଦ୍ଧି ପାଇବ ଯାହା ଫଳରେ ଆଉ ମାଛ ମରିବେ ନାହିଁ। ମାଛ ଚାଷୀମାନେ ବର୍ଷାକୁ ଅନାଇ ବସିଥିବା ବେଳେ ଏହି ଟ୍ୟାଙ୍କର ପାଣି ସେମାନଙ୍କ ଅସୁବିଧା ଦୂର କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି।