ବଲାଙ୍ଗିର ଫେରିଲେ ୪,୪୯୩ ପ୍ରବାସୀ ଶ୍ରମିକ

ବଲାଙ୍ଗିର,ଏନ୍ଏନ୍ଏସ୍: ଲକଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ୭,୦୮୩ ପ୍ରବାସୀ ଶ୍ରମିକ ଗତ ଦୁଇ ଦିନ ମଧ୍ୟରେ ୫ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ବଲାଙ୍ଗିର ରେଳ ଷ୍ଟେସନରେ ପହଂଚିଛନ୍ତି। ସେମାନଙ୍କ ମଧ୍ୟରେ ବଲାଙ୍ଗିରରୁ କେବଳ ୪,୯୯୩ ଜଣ ଶ୍ରମିକ ରହିଛନ୍ତି। ପ୍ରଥମ ଟ୍ରେନଟି ରାମଗୁନ୍ଦାମରୁ ଆସିଥିବାବେଳେ ଏଥିରେ ୬ଟି ଜିଲ୍ଲାର ୮୭୬ଜଣ ଶ୍ରମିକ ରହିଥିଲେ। ସେମାନଙ୍କ ମଧ୍ୟରୁ କେବଳ ବଲାଙ୍ଗିରର ୬୯ଜଣ ଶ୍ରମିକ ଥିଲେ। ଦ୍ୱିତୀୟ ଟ୍ରେନଟି ତେଲେଙ୍ଗାନା ଘାଟକେଶ୍ୱରରୁ ଆସିଥିବାବେଳେ ଏଥିରେ ୫ଟି ଜିଲ୍ଲାର ୧୫୩୯ ଶ୍ରମିକଙ୍କ ମଧ୍ୟରୁ କେବଳ ବଲାଙ୍ଗିରରୁ ୧୩୪୨ଜଣ ଶ୍ରମିକ ରହିଥିଲେ। ତୃତୀୟ ଟ୍ରେନଟି କରିମନଗରରୁ ଆସିଥିବାବେଳେ ଏଥିରେ ୧୨ଟି ଜିଲ୍ଲାର ୯୦୬ଜଣ ଶ୍ରମିକ ଫେରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ବଲାଙ୍ଗିରର ୫୩୫ଜଣ ଶ୍ରମିକ ରହିଥିଲେ। ଚତୁର୍ଥ ଟ୍ରେନଟି ତିରୁଭଲ୍ଲାରରୁ ଆସିଥିବାବେଳେ ଏଥିରେ ୮ଟି ଜିଲ୍ଲାର ୧୮୧୯ଜଣ ଶ୍ରମିକ ଫେରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ବଲାଙ୍ଗିରରୁ ୧୨୭୪ଜଣ ଶ୍ରମିକ ରହିଥିଲେ। ତିରୁଭଲ୍ଲାରରୁ ଆସିଥିବା ଶେଷ ଟ୍ରେନରେ ୯ଟି ଜିଲ୍ଲାର ୧୯୪୩ଜଣ ଶ୍ରମିକ ଫେରିିଥିଲେ। ସେମାନଙ୍କ ମଧ୍ୟରୁ କେବଳ ବଲାଙ୍ଗିରର ୧୧୫୧ଜଣ ଶ୍ରମିକ ରହିଥିଲେ। ଶ୍ରମିକମାନଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ବଲାଙ୍ଗିର ପହଂଚିବା ପରେ ସେମାନଙ୍କୁ ବସ ଯୋଗେ ନିଜ ନିଜ ଅଂଚଳକୁ ପଠାଇ ଦିଆଯାଇଛି।