ରାଜଧାନୀରେ ରାଜମିସ୍ତ୍ରୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ଅଭିଯୋଗ; କାରଣ ଅସ୍ପଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜଣେ ରାଜମିସ୍ତ୍ରୀଙ୍କୁ କାଠ ଫାଳିଆରେ ପିଟିପିଟି ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ବସ୍ତିରେ।

ସୂଚନା ଅନୁସାରେ ରାଜମିସ୍ତ୍ରୀ ଦୀପକ ଗତକାଲି ନିଜ ଘର ସାମ୍ନାରେ ବସିଥିବା ବେଳେ ତାଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିଥିଲେ। ସେଠାରେ ଯୁବକ ଜଣଙ୍କ ଏକ କାଠ ଫାଳିଆରେ ଦୀପକଙ୍କ ଉପରକୁ ଆକ୍ରମଣ କରିଥିଲେ। ପରେ ଦୀପକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହି ଅଭିଯୁକ୍ତକୁ ଗିରଫ କରିଛି।

ସେହିପରି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି।